Latest Odisha News

BREAKING NEWS

ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଆଡ୍ଡା ଜମାଇଲେଣି । ଖୋଲାଖୋଲି ଭାବେ ଧଳା ଜହରର କାରବାର କରୁଛନ୍ତି । ଆଜି ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ।

ବ୍ରାଉନ ସୁଗାର କାରବାର ଚାଲିଥିବା ନେଇେ କୌଣସି ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ସୂଚନା ପାଇ ଆଦର୍ଶ ଥାନା ପୋଲିସ ବାଇପାସର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଚଢଉ କରିଥିଲା । ଚଢଉ ବେଳେ ୬୫୪ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

ଏହାସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କଠାରୁ ନଗଦ ୯୫ ହଜାର ଟଙ୍କା, ଏକକାର ୬ ମୋବାଇଲ  ଜବତ ହୋଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.