Latest Odisha News

BREAKING NEWS

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟ ସଂଗ୍ରହାଳୟସ୍ଥିତ ମୁକ୍ତାକାଶ ଉଦ୍ୟାନରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ହି ଅବସରରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସନ୍ତୋଷ କୁମାର ରଥ ସନ୍ଥକବି ଭୀମ ଭୋଇଙ୍କ “ସ୍ତୁତି ଚିନ୍ତାମଣି ” ବିଷୟରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ , ସଞ୍ଜିବ ଚନ୍ଦ୍ର ହୋତା , ମନୋରଞ୍ଜନ ପାଣିଗ୍ରାହୀ ଓ ବାବା ରମେଶ ଚନ୍ଦ୍ର ଦାସ ସନ୍ଥକବିଙ୍କ କୃତି ଉପରେ ଆଲୋଚନା କରିଥିଲେ।

ସନ୍ଥକବିଙ୍କ ଫୋଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ସନ୍ଥକବିଙ୍କ ରଚିତ ଭଜନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ମହିମା ଧର୍ମାବଲମ୍ବୀ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.