Latest Odisha News

BREAKING NEWS

ଗୋଡ଼ାଇ ଗୋଡ଼ାଇ କାର୍‌କୁ ଧରିଲା ପୋଲିସ;ମିଳିଲା ଲକ୍ଷାଧିକ ଟଙ୍କାର ଧଳାଜହର

ଛେଣ୍ଡିପଦା: ଗୋଡ଼ାଇ ଗୋଡ଼ାଇ କାରକୁ ଧରିଲା ଛେଣ୍ଡିପଦା ପୋଲିସ । ସେଥିରୁ ମିଳିଲା ଲକ୍ଷାଧିକ ଟଙ୍କାର ଧଳାଜହର । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଏକ କାର୍‌କୁ ପିଛା କରି ଛେଣ୍ଡିପଦା ମଶାଣି ନିକଟରେ ଧରିଥିଲା । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜଳେଶ୍ୱର ଶାସନବାଡ଼ାର ସେକ୍ ସହିଦ ଓ ଛେଣ୍ଡିପଦା ଥାନା ବାଲିପଟା ଗାଁର ରଞ୍ଜିତ କୁମାର ସାହୁ ।

ଚଢ଼ାଉ ବେଳେ କାର୍ ରୁ ୩୦.୨୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି । ଏହାସହ ନଗଦ ୬ ଲକ୍ଷ ୩୧ ହଜାର ଟଙ୍କା ନଗଦ ଜବତ କରିଛି ପୋଲିସ ।

ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାର କାରବାର ଚଳାଇଥିଲେ । ଏମାନଙ୍କୁ ଧରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଛେଣ୍ଡିପଦା ପୋଲିସ ।

Leave A Reply

Your email address will not be published.