Latest Odisha News

BREAKING NEWS

ଖେଳୁଖେଳୁ ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ବୈଶିଙ୍ଗା: ମୟୂରଭଞ୍ଜର ବୈଶିଙ୍ଗା ଥାନା ଅଧୀନ ମହୁରୀ ଗ୍ରାମରେ ଘଟିଛି ଅଘଟଣ । ଖେଳୁଥିବା ସମୟରେ ପାଖରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ମହୁରୀ ଗ୍ରାମର ବିଜୟ କୁମାର ଦଳେଇଙ୍କ ପୁଅ ତନ୍ମୟ କୁମାର ଦଳେଇ ।

ସୂଚନାନୁସାରେ, ଶିଶୁଟି ଘର ପାଖରେ ଖେଳୁଥିଲା । ଏହି ସମୟରେ ଅସାବଧାନତାବଶତଃ ପାଖରେ ଥିବା ଗାଡ଼ିଆରେ ପଡ଼ିଯାଇଥିଲା। ଶିଶୁ । ବହୁ ସମୟ ଧରି ପିଲାଟିକୁ ନଦେଖିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ତାକୁ ଗାଡ଼ିଆ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବୈଶିଙ୍ଗା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ତଦନ୍ତ ଆରମ୍ଭ କରିଛି। ଏହି ହୃଦୟବିଦାରକ ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

Comments are closed.