Latest Odisha News

BREAKING NEWS

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିର ବରି ଅଞ୍ଚଳରେ ଅବକାରୀ ବିଭାଗର ଏକ ଟିମ୍ ଗୁରୁବାର ଦିନ ଚଢାଉ କରି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ବେଳେ ୨୧ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଉକ୍ତ ଟିମ୍ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଅବକାରୀ ବିଭାଗର ଅଧିକାରୀମାନେ ୫ ହଜାର ଟଙ୍କା ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.