Latest Odisha News

BREAKING NEWS

ନୂଆପଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ କାଟଫାର ଜଙ୍ଗଲରେ ଏସଓଜି ଯବାନଙ୍କ ଦ୍ୱାରା ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।

ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ନୁଆପଡା ଏସପିଙ୍କ ନେତୃତ୍ୱରେ ଏସଓଜି ଯବାନଙ୍କ ଏକ ୬ ଜଣିଆ ଟିମ୍ ଫେବୃଆରୀ ୧ ତାରିଖରେ ବଡ ଧରଣର ଜାରି କମ୍ବିଂ ଅପରେସନ୍ ଆରମ୍ଭ କରିଥିଲା ।

ମାଓବାଦୀଙ୍କ କ୍ୟାମ୍ପରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ଫେବୃଆରୀ ୩ ତାରିଖରେ ମୈନପୁର-ନୂଆପଡା ଡିଭିଜନ ଅନ୍ତର୍ଗତ ଏକ ମାଓବାଦୀ କ୍ୟାମ୍ପରେ ଚଢାଉ କରାଯାଇଥିଲା । ସେଠାରୁ ୫ଟି ଟିଫିନ୍ ବୋମା, ୩ଟି ୟୁପିଏସ ବ୍ୟାଟେରୀ, ୨ କେଜି ଗନ୍ ପାଉଡର, ଇଲେକ୍ଟ୍ରିକ୍ ତାର, ପୋଷାକ, ଲାଲ ପତାକା ଆଦି ଜବତ କରାଯାଇଥିଲା ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.