Latest Odisha News

BREAKING NEWS

ଏସଟିଏଫ୍ ହାତରେ ଦୁଇ ବ୍ରାଉନସୁଗାର ବେପାରୀ

ବାଲେଶ୍ୱର: ପରିବା ମାର୍କେଟ ନିକଟରୁ ଜବତ ହେଲା ଧଳା ଜହର। ବାଲେଶ୍ୱର ଜିଲ୍ଲା ନୟାବଜାର ପରିବା ମାର୍କେଟରୁ ଏସଟିଏଫ୍ ଟିମ୍ ଜବତ କରିଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ଅଶୋକ କୁମାର ବେହେରା ଏବଂ ବିଜୟ ଯାଦବ। ଏମାନେ କିଛି ବର୍ଷ ହେବ ବାଲେଶ୍ୱରରେ ବ୍ରାଉନ ସୁଗାର ବେପାର କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ,  ଦୁଇଜଣ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଏସଟିଏଫ୍ କୌଣସି ସୂତ୍ରରୁ ଖବର ପାଇଥିଲେ। ଏସଟିଏଫ୍ ଟିମ୍ ଚଢ଼ାଉ କରି ୧କିଲୋ ୫୨ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲା। ଏହାସହ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଅଶୋକ ଏବଂ ବିଜୟକୁ ଏସଟିଏଫ୍ ଟିମ୍ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।

Comments are closed.