ପୁରୀ: ବ୍ରାଉନ ସୁଗାର ଜବତ କରିବାରେ ପୁରୀ ଜିଲ୍ଲା କାକଟପୁର ଥାନା ପୋଲିସକୁ ସଫଳତା ମିଳିଛି।
ସୂଚନା ଅନୁଯାୟୀ ଓଳଙ୍ଗରା ଗାଁରୁ ଆସୁଥିବା ଏକ ବାଇକକୁ ଯାଞ୍ଚ ବେଳେ ୧୦.୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି।
ଆହୁରି ମଧ୍ୟ ଏହି ଘଟଣାରେ ଓଳଙ୍ଗରା ଗାଁର ବେପାରୀ ପ୍ରଶାନ୍ତ ସ୍ୱାଇଁ ଓ ତା ସହଯୋଗୀ ହରିଣବାବି ଗାଁର ବୁଲୁ ଦାସକୁ ଗିରଫ କରାଯାଇଛି।
ତେବେ ସେମାନଙ୍କୁ ଏନଡିପିଏସ ଆକ୍ଟର ୨୧(ଖ) ଓ ୨୯ ଧାରାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।
Comments are closed.