Latest Odisha News

ପୁରୀରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ

ନିମାପଡା: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ପକ୍ଷରୁ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଧନୁଆଁ ବ୍ରିଜ଼ ନିକଟରେ ପୋଲିସ ଚଢ଼ାଉ କରିବା ସହ ପାଞ୍ଚ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ପାଖାପାଖି ୧୧ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଲଛମନ ନାୟକ, ବଟକୃଷ୍ଣ ସାହୁ, ଜଗତଜ୍ୟୋତି ମହାପାତ୍ର, କୃପାସିନ୍ଧୁ ଭୋଇ ଓ ଚିତ୍ରସେନ ପରିଡା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ତେବେ ଜବତ ବ୍ର‌ାଉନ ସୁଗାରର ସଠିକ୍ ମୂଲ୍ୟ ଜଣାପଡିନାହିଁ।

Comments are closed.