Latest Odisha News

BREAKING NEWS

ଧର୍ମା ପ୍ରଡକ୍ସନକୁ ମିଳିଲା ନୋଟିସ୍

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ପୁଣି ବିବାଦରେ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏହି ପ୍ରଡକ୍ସନ ହାଉସକୁ ନୋଟିସ୍ ଜାରି କରିଛନ୍ତି।।

ସୂଚନା ଅନୁଯାୟୀ ତାଙ୍କର ଏକ ସିରିଜର ନାମ ଓ କରନ ଜୋହରଙ୍କ ୱେବ୍ ସିରିଜର ନାମ ପାଖପାଖି ଏକସମାନ ରହିଛି। ଏମିତିକି ଫିଲ୍ମର ନାମ ପରିବର୍ତ୍ତନ କରିବା ପାଇଁ ମଧୁର ସୋସିଆଲ୍ ମିଡିଆ ଜରିଆରେ କରନଙ୍କୁ ଅନୁରୋଧ ମଧ୍ୟ କରିଥିବା ନଜର ଆସିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀକୁ ନେଇ  ‘ଇନ୍ଦୁ ସରକାର’ ନାମକ ଫିଲ୍ମ ବନାଇଥିବା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଧର୍ମା ପ୍ରଡକ୍ସନ୍ସର ୱେବ୍ ସିରିଜ୍’ ’ଦ ଫେବୁଲସ୍ ଲାଇଫ୍ ଅଫ୍ ବଲିଉଡ ୱାଇସ୍’କୁ ନେଇ ଆପତ୍ତି ଉଠାଇଛନ୍ତି ମଧୁର।

ଏବେ ଏହି ପ୍ରସଙ୍ଗରେ ଟାଣି ହୋଇଛି ଇଣ୍ଡିଆନ୍ ମୋସନ୍ ପିକ୍ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍ (ଇମ୍ପା)। କରଣ ଜୋହରଙ୍କ କମ୍ପାନୀ ଧର୍ମ ପ୍ରଡକ୍ସନ୍ସକୁ ପଠାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ ମଧୁର ଭଣ୍ଡାରକର ’ବଲିଉଡ ୱାଇସ୍’ ନାମକୁ ପଞ୍ଜିକରଣ କରିଥିବା ବ‌େ‌ଳ‌େ କରଣ ତାଙ୍କ ୱେବ୍ ସିରିଜର ନାମ ‘ଦ ଫେବୁଲସ୍ ଲାଇଫ୍ ଅଫ୍ ବଲିଉଡ ୱାଇସ୍’ କାହିଁକି ରଖିଛନ୍ତ।

ମଧୁର ଏହି ଶୀର୍ଷକ ପ୍ରୋଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆରେ ପଞ୍ଜିକୃତ କରାଇଛନ୍ତି। ଏନେଇ ଏହା ପକ୍ଷରୁ ଇମ୍ଫାକୁ ମଧ୍ୟ ସ୍ପଷ୍ଟ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.