Latest Odisha News

ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ କଟି

ଭୁବନେଶ୍ବର: ପୁଣି ଗିରଫ ହେଲା କୁଖ୍ୟାତ ବ୍ରାଉନ ସୁଗାର ବେପାରୀ । ଗିରଫ ବ୍ରାଉନ ସୁଗର ବେପାରୀଙ୍କ ନାଁ ଏସ୍.କେ ମହତାବ ଅଲ୍ଲୀ ଓରଫ କଟି (୩୯)। କଟିକୁ ଗିରଫ କରିଛି ଭୁବନେଶ୍ୱର ଏସଟିଏଫ୍ । କଟିର ଘର ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ । ଗିରଫ ପରେ ଏସଟିଏଫ୍ ପକ୍ଷରୁ ଅଭିଯୁକ୍ତକୁ କରଞ୍ଜିଆ କୋର୍ଟରେ ହାଜର କରାଯାଇଛି ।

ଖବର ମୁତାବକ, ଗତ ଫେବୃଆରୀ ମାସ ୨୧ ତାରିଖ ରେ ବ୍ରାଉନ ସୁଗାର କାରବାର ନେଇ ଚଢ଼ାଉ କରିଥିବା ଏସଟିଏଫ୍ । ଚଢାଉ ବେଳେ ୩୦୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଏହି ଘଟଣାରେ କ୍ଷୀରସିନ୍ଧୁ ସାମଲ କୁ ଗିରଫ କରିଥିବାବେଳେ, ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଏସ୍.କେ ମହତାବ ଅଲ୍ଲୀ ଓରଫ କଟି । ଯାହାକୁ ଗତକାଲି ଗିରଫ କରିଛି ଟିମ୍ ।

ତେବେ ୨୦୨୦ ମସିହାରେ ମଧ୍ୟ ଏହି ବ୍ରାଉନସୁଗାର କାରବାରରେ କଟି କୁ ଗିରଫ କରିଥିଲା ଏସଟିଏଫ୍ । ସେତବେଳେ ତା’ ଠାରୁ ୩ କେଜି ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା । ୨ ବର୍ଷ ଜେଲ ରେ ରହି ୨୦୨୨ ଅଗଷ୍ଟ ମାସରେ ଜାମିନରେ ଆସିବା ପରେ ପୁଣି ଥରେ ନିଶା କାରବାର ଆରମ୍ଭ କରିଥିଲା କଟି ।

Comments are closed.