Latest Odisha News

BREAKING NEWS

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

ଏହି ଘଟଣାରେ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି । ତା ନାଁ ଏସ୍. କେ. ଅନଓ୍ୱାର । ଅଭିଯୁକ୍ତର ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅନ୍ତର୍ଗତ ମୁସଲିମସାହିରେ । ବିଶେଷ ସୂତ୍ରରୁ ଖବର ପାଇଁ ଏସଟିଏଫି ଚଢ଼ାଉ କରିଥିଲା । ସର୍ଚ୍ଚ ବେଳେ ମିଳିଥିଲା ବ୍ରାଉନସୁଗର ।

ପୋଲିସ ଅଭିଯୁକ୍ତକୁ ପଚରାଉଚରା ଚଳାଇଛି । କେଉଁଠୁ ଆଣିଥିଲେ ବ୍ରାଉନସୁଗର ? କୁଆଡ଼େ ଚାଲାଣ କରୁଥିଲେ ? କେବେଠାରୁ ନିଶା କାରବାରରେ ସାମିଲ ଅଛନ୍ତି ? ଆଉ କିଏ ସବୁ ସଂପୃକ୍ତ ଅଛନ୍ତି ? ଚେର ଖୋଜୁଛି ଏସଟିଏଫ୍ ।

Leave A Reply

Your email address will not be published.