Latest Odisha News

BREAKING NEWS

ସୋନୁ ସୁଦଙ୍କ ବିରୋଧରେ ଥାନାରେ ଏତଲା !

ମୁମ୍ବାଇ: କିଛି ଦିନ ଧରି ଚର୍ଚ୍ଚା ଚାଲିଛି । ଗୁଗଲ୍‌ରେ ରିୟଲ୍ ହିରୋ ଲେଖି ସର୍ଚ୍ଚ କରିବା ମାତ୍ରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁ ସାମ୍ନାକୁ ଆସୁଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସୋନୁ ସୁଦଙ୍କ ସହାୟତାକୁ ନେଇ ଅନେକ ଉଦାହରଣ ସାମ୍ନାକୁ ଆସିଛି । କେଉଁଠି ମନ୍ଦିର ନିର୍ମାଣ ତ ପୁଣି କେଉଁଠି ଲୋକେ ସୋନୁ ସୁଦଙ୍କ ନାଁରେ ଦୋକାନ ଖୋଲିଛନ୍ତି । ହେଲେ ଏପରି ସ୍ଥିତିରେ ସୋନୁ ସୁଦଙ୍କ ବିରୋଧରେ ଥାନାରେ ଏତଲା ଖବର ଅନେକଙ୍କୁ ତାଜୁବ କରିଛି ।

ବ୍ରିହାନ୍‌ମୁମ୍ବାଇ ମୁନିସିପାଲ୍ କର୍ପୋରେଶନ ଆଣିଛି ସୋନୁ ସୁଦଙ୍କ ବିରୋଧରେ ଥାନାରେ ଅଭିଯୋଗ । ଶକ୍ତି ନଗର ରେସିଡେନ୍ସିଆଲ୍ ଅଂଚଳରେ ଏକ ୬ମହଲା ବିଶିଷ୍ଟ ଘରକୁ ସୋନୁ ହୋଟେଲରେ ପରିବର୍ତ୍ତନ କରିଥିଲେ । ହେଲେ ଏଥିପାଇଁ ସୋନୁ କୁଆଡେ ସମସ୍ତ ଅନୁମତି ନେଇନାହାନ୍ତି । ଏହି କାରଣରୁ ବିଏମ୍‌ସି ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛି ।

ଅନ୍ୟପଟେ ଏପରି ଅଭିଯୋଗକୁ ସୋନୁ ସୁଦ କିନ୍ତୁ କଣ୍ଡନ କରିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ହୋଟେଲ ନିର୍ମାଣକୁ ନେଇ ସୋନୁ ସମସ୍ତ ଅନୁମତି ଆଣିଥିଲାବେଳେ କେବଳ ମହାରାଷ୍ଟ୍ର କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ନିକଟରେ କ୍ଲିଅରାନ୍ସ ବାକି ରହିଛି ।

Leave A Reply

Your email address will not be published.