Latest Odisha News

BREAKING NEWS

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୧କିଲୋ ୨୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକିବୁଲ ଲସ୍କର, ସୁଧନ୍ୟ ଗାୟନ । ଏମାନେ ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଓଡ଼ିଶାରେ ବିକ୍ରି କରି ଥାଆନ୍ତି । କାହାକୁ ବ୍ରାଉନସୁଗର ଦେବାକୁ ସେମାନେ ଆସିଥିଲେ ଓଡ଼ିଶା ? ରାଜ୍ୟର ଆଉ କେଉଁଠି ଯୋଗାଣ କରୁଥିଲେ ? ଓଡ଼ିଶାରେ ହବ୍ କେଉଁଠି ଅଛି ? ଓଡ଼ିଶାରେ ବ୍ରାଉନସୁଗର ବେପାରର କିଙ୍ଗପିନ୍ ଏବେ କିଏ ? ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.