Latest Odisha News

BREAKING NEWS

ଏଲଜେପିର ପ୍ରିନ୍ସ ପାସୱାନଙ୍କ ବିରୋଧରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ପାଟନା: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ସାଂସଦ ଓ ଚିରାଗ ପାସୱାନଙ୍କ ସମ୍ପର୍କୀୟ ଭାଇ ପ୍ରିନ୍ସ ପାସୱାନଙ୍କ ବିରୋଧରେ ଆଜି କନ୍ନଟ ପ୍ଲେସ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଏହି ଏଫଆଇଆରରେ ଚିରାଗଙ୍କ ନାମ ମଧ୍ୟ ରହିଛି । ୩ ମାସ ତଳେ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ନ ଥିଲା । ଏହା ପରେ ପୀଡିତାଜଣକ କୋର୍ଟର ଦ୍ୱାରସ୍ତ ହୋଇଥିଲେ । ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ପୋଲିସ ଏବେ ମାମଲା ରୁଜୁ କରିଛି ।

ପୀଡିତାଙ୍କ ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ସେ ଏଲଜେପିର ଜଣେ ପୂର୍ବତନ କର୍ମୀ ଥିଲେ । ଥରେ ସଜ୍ଞାହୀନ ଅବସ୍ଥାରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଏଥିନେଇ ସେ ଚିରାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଗୁରୁତ୍ୱ ଦେଇ ନ ଥିଲେ । ଅପରପକ୍ଷରେ ପ୍ରିନ୍ସ ସମ୍ପୃକ୍ତ ମହିଳା ଜଣକ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ସେ ଏ ନେଇ ଥାନାରେ ଏଫଆଇଆର ମଧ୍ୟ ରୁଜୁ କରିଛନ୍ତି ।

Leave A Reply

Your email address will not be published.