Latest Odisha News

BREAKING NEWS

ଲକ୍‌ଡାଉନ୍‌ ବିବାହ; ବିମାନରେ ପଡ଼ିଲା ବର କନ୍ୟାଙ୍କ ହାତଗଣ୍ଠି

ଚେନ୍ନାଇ: ତାମିଲନାଡୁର ଜଣେ ଦମ୍ପତି ମେ ୨୩ରେ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ମଦୁରାଇରୁ ଥୋଥୁକୁଡି ଅଭିମୁଖେ ଯାଉଥିବା ଏକ ବିମାନରେ ବିବାହ କରିବା ପରେ ଚର୍ଚ୍ଚା ପରିସରକୁ ଆସିଛନ୍ତି।

ସମଗ୍ର ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଦମ୍ପତିଙ୍କ ଏଭଳି ପଦକ୍ଷେପ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉଭୟ ଦମ୍ପତି ହେଉଛନ୍ତି ମଦୁରାଇର ରାକେଶ ଏବଂ ଦୀକ୍ଷ୍‌ସାନା। ସେମାନେ ଏକ ଚାର୍ଟାର୍ଡ ଫ୍ଲାଇଟ୍ ବୁକ୍‌ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ସମୟରେ ୧୩୦ ଜଣ ଅତିଥି ସେଠାରେ ଉପସ୍ଥିତ ଥିଲେ।

ଶନିବାର ଦିନ ତାମିଲନାଡୁ ସରକାର ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ମେ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.