ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅରଡ଼ ବଜାରରୁ ୨ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲା ଅମଜାଦ ଖାନ ।
ତେବେ ଜବତ ୨ କେଜି ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।
ସୂଚନା ମୁତାବକ, ଏହି ବ୍ରାଉନ୍ ସୁଗାର ମଧ୍ୟପ୍ରଦେଶରୁ ଆସି ବାଲେଶ୍ବରର ଅରଡ଼ ବଜାରରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଗୁଇନ୍ଦା ବିଭାଗ ଖବର ପାଇଥିଲା । ଆଜି ସକାଳେ ଚଢ଼ାଉ ସମୟରେ ଅରଡ଼ ବଜାର ନିକଟରେ ଗୋଟିଏ ଘରୁ ୨ କେଜି ବ୍ରାଉନ୍ ସୁଗାର ସହ କିଛି ନଗଦ ଟଙ୍କା ଜବତ କରିଥିଲା ଟିମ୍ । ଏହା ସହ ଘଟଣାସ୍ଥଳରୁ ଅଭିଯୁକ୍ତ ଅମଜାଦ ଖାନକୁ ଧରିବାରେ ସଫଳ ହୋଇଥିବାବେଳେ, ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ଘଟଣାରେ ଆଉ କାହାର ଲିଙ୍କ୍ ଅଛି ସେନେଇ ତଦନ୍ତ କରାଯାଉଥିବା ଅବକାରୀ ଅଧିକ୍ଷକ କହିଛନ୍ତି ।
Comments are closed.