ଭୁବନେଶ୍ବର: ମିକ୍ସଚର ଫ୍ୟାକ୍ଟ୍ରିରୁ ଜବତ ହେଲା ବ୍ରାଉନସୁଗର । ଅବକାରୀ ବିଭାଗ ଚଢାଉ କରି ଜବତ କରିଛି ୧୫୦ ଗ୍ରାମର ବ୍ରାଉନସୁଗର । ତେବେ ଏହି ବ୍ରାଉନସୁଗର କାରବାର ଅଭିଯୋଗରେ ଜଣେ ବ୍ୟବସାୟୀ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭାଟପଡ଼ାରେ ଏହି ଘଟଣା ଘଟିଛି।
ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।
ସୂଚନାନୁଯାୟୀ, ବେଗୁନିଆ ବ୍ଲକ ଭାଟପଡ଼ାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର କାରବାର ଚାଲିଥିବା ଅବକାରୀ ବିଭାଗକୁ ଖବର ମିଳିବା ପରେ ଚଢାଉ କରାଯାଇଥିଲା । ତେବେ ଚଢାଉ ବେଳେ ମିକ୍ସଚର ଫ୍ୟାକ୍ଟ୍ରିରୁ ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ବ୍ୟବସାୟୀ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ଏପଟେ ଅଭିଯୁକ୍ତଙ୍କ ଗିରଫଦାରିକୁ ନେଇ ଖୋର୍ଦ୍ଧା ଅବକାରୀ ଅଫିସ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା। ଷଡ଼ଯନ୍ତ୍ର କରି ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର ରଖାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
Comments are closed.