Latest Odisha News

BREAKING NEWS

ବସ୍ତାରେ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର:  ବସ୍ତା ଥାନା ନିକଟ ବିଦ୍ୟାଧରପୁର ଗାଁରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗରର ଆନୁମାନିକ ଓଜନ ୨ କିଲୋ ହେବ । ଆଜି ସକାଳୁ କୌଣସି ସୁତ୍ରରୁ ଖବର ପାଇ ୩୫ ଜଣିଆ ସ୍ୱତନ୍ତ୍ର ଟିମ୍ ଚଢଉ କରି ବ୍ରାଉନସୁଗାର ସହ ବେପାରୀଙ୍କୁ ଗିରଫ କରିଛି । ଜଣେ ମହିଳାଙ୍କ ସମେତ ୨ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । କଟକ ଅବକାରୀ ଗୋଇନ୍ଦା ବିଭାଗର ସ୍ପେଶାଲ ସ୍କ୍ୱାର୍ଡ, ବସ୍ତା ଥାନା ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ।

କିଛି ସମୟ ପାଇଁ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ଭଳି ଘଟଣା ଦେଖିବାକୁ ମିଳିଥିଲା । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଶେଖ୍ ସଲାଉଦିନଙ୍କ ଘରକୁ ଜଳେଶ୍ୱର ଥାନା ରାଜପୁର ଗ୍ରାମର ଶେଖ୍ କାଫାରୁଦିନଙ୍କ ସ୍ତ୍ରୀ ନୁରଜାହାଁ ବିବି ଆସିଥିଲେ। ସେ ସାଙ୍ଗରେ ବ୍ରାଉନସୁଗାର ଆଣିଥିଲେ ବୋଲି କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ଥାନା ପୁଲିସ, ଜଳେଶ୍ୱର ଅବକାରୀ ଓ ବସ୍ତା ଅବକାରୀ ଆଜି ସକାଳ ସମୟରେ ସଲାଉଦିନଙ୍କ ଦୁଇ ପୁଅଙ୍କ ଘରେ ଚଢ଼ାଉ କରିଥିଲେ ।

ଜଣେ ମହିଳା ଓ ଜଣେ ଯୁବକ ଅଟକ ଥିଲା ବେଳେ ପ୍ରାୟ ଦୁଇ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ସହିତ ୩ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ନୁରଜାହାଁ ବିବି ଏବଂ ଶେଖ୍ ଆସିଦୁଲଙ୍କୁ ଅଟକ ରଖାଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.