Latest Odisha News

BREAKING NEWS

ବାହାଦୂରଗଡ଼ରେ ସଡ଼କ ଦୁର୍ଘଟଣା, ଚାଲିଗଲା ୮ଜୀବନ

ଦିଲ୍ଲୀ: ହରିୟାଣାର ବାହାଦୂରଗଡ଼ରେ ବାଦଲି-ଗୁରୁଗ୍ରାମରେ ଏକ ଅଭାବନୀୟ ଘଟଣା। ସକାଳ ଚାରିଟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଫାରୁଖନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ୟୁପିର ଗୋଟିଏ ପରିବାର କାରରେ ଫେରୁଥିଲେ। କାରଟି ଟକ୍ରକୁ ଓଭରଟେକ୍ କରିବାକୁ ଯାଉଥିଲା। ଏହି ସମୟରେ ଦୁଇଟି ଟ୍ରକ ମଝିରେ କାରଟି ଆସିଯାଇଥିଲା। ଯାହାଫଳରେ କାରଟି ଦୁଇଟି ଟ୍ରକ ମଧ୍ୟରେ ଚାପି ହୋଇଯାଇଥିଲା। କାରରେ ୯ଜଣ ଥିଲେ। ୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗୋଟିଏ ଛୋଟ ପିଲାର ଜୀବନ ବଞ୍ଚି ଯାଇଛି। ଛୋଟ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ତିନିଜଣ ମହିଳା ଓ ଜଣେ ଶିଶୁ ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.