ଭୁବନେଶ୍ଵର: ରାଜଧାନୀରେ ୫୦ ଲକ୍ଷର ବ୍ରାଉନସୁଗାର ଜବତ। ଭୁବନେଶ୍ୱରକୁ ଆଣି ସପ୍ଲାଇ ବେଳେ ୨ ନିଶା ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ । ଏନେଇ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ ।
ସୂଚନା ଅନୁସାରେ, ଖଣ୍ଡଗିରି ନାକାଗେଟ୍ ଛକ ଅଞ୍ଚଳରୁ ଏକ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ୫୧୫ ଗ୍ରାମ୍ ଧଳାଜହର ସହ ୩ ହଜାରୁ ଅଧିକ ଟଙ୍କା ଜବତ କରିଛି । ଜବତ ଧଳାଜହର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଘଟଣାରେ ବାଲେଶ୍ୱର ଅଞ୍ଚଳର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିକ୍ରି ପାଇଁ ଆସିଥିବା ବେଳେ ଏହି ୨ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି କରିଛି।
ସେପଟେ ଆଜି ସକାଳୁ ନିଶା ମାଫିଆଙ୍କ ଉପରେ ସ୍ପେଶାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ ହୋଇଛି। ନିଶା କାରବାର ଅଭିଯୋଗରେ ରାଜଧାନୀର ବିଭିନ୍ନ ଦୋକାନରେ ଚଢ଼ାଉ ହୋଇଛି। ସ୍ପେଶାଲ କ୍ରାଇମ ୟୁନିଟ ADCP ଅନୁପ କାନୁନଗୋଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଏହି ରେଡ। ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ପାନ ଦୋକାନ ଉପରେ ଚାଲିଛି ଚଢାଉ। ଚଡାଉ ବେଳେ କିଛି ଗୁଟଖା, ବିଡ଼ି ଓ ଦାମୀ ସିଗାରେଟ ଜବତ ହୋଇଛି। ଏହି ରେଡ ଆଗକୁ ଜାରି ରହିବା ନେଇ ସୂଚନା ଦେଇଛି ସ୍ପେଶାଲ କ୍ରାଇମ ୟୁନିଟ।
Comments are closed.