Latest Odisha News

ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ପାଇବେ ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର

କଟକ: ବିଶିଷ୍ଟ କବି ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ବିଷୁବ ପୁରସ୍କାର ପ୍ରଦାନ କରାଯିବ । ଏନେଇ ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ଏହା ପ୍ରକାଶ କରିଛନ୍ତି ।

ଏପ୍ରିଲ ୧୨ ତାରିଖରୁ କଟକ ସ୍ଥିତ ପ୍ରଜାତନ୍ତ୍ର ପରିସରରେ ଆରମ୍ଭ ହେବାକୁଥିବା ୭୬ତମ ବିଷୁବ ମିଳନ ଅବସରରେ ଶ୍ରୀମତୀ ମହାନ୍ତିଙ୍କୁ ଏହି ପୁରସ୍କାର ଦିଆଯିବ । ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଲକ୍ଷ ଟଙ୍କା ସହ ଏକ ତାମ୍ର ଫଳକ ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

Comments are closed.