Latest Odisha News

BREAKING NEWS

ବ୍ରହ୍ମଗିରି ରାଇବିଧାର ବଜାରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ବ୍ରହ୍ମଗିରି ରାଇବିଧାର ବଜାରରୁ ବ୍ରାଉନସୁଗାର ଜବତ । ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସାତପଡ଼ା ଅବକାରୀ ଥାନା । ଗିରଫ ଅଭିଯୁକ୍ତ ଜଣକ ହେଲା ସ୍ଥାନୀୟ ଅଞ୍ଚଳର ଅଭିରାମ ଦାସ । ତା ନିକଟରୁ ୧୧୨ ଗ୍ରାମର ଧଳା ଜବତ ହୋଇଛି । ଏହାସହ ଏକ କଳା ରଙ୍ଗର ପଲସର ମଧ୍ୟ ଜବତ କରିଛି ଅବକାରୀ ଥାନା ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ବରେ ବ୍ରହ୍ମଗିରି ଥାନା ଅଞ୍ଚଳର ରାଇବିଧାର ବଜାରରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିରାମକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ କାରାଗାରକୁ ପଠାଇ ଦିଆଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହଜାର ଟଙ୍କାରୁ ଅଧିକ ହେବ ।

Leave A Reply

Your email address will not be published.