Latest Odisha News

BREAKING NEWS

ମେଂଟର ଭୂମିକା ପାଇଁ କୌଣସି ପାରିଶ୍ରମିକ ନେବେନି ଧୋନୀ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ମେଂଟର କରାଯାଇଛି । ତାଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରି ବିିସିସିଆଇ ଏହି ଦାୟିତ୍ୱ ପ୍ରଦାନ କରିଛି । ଧୋନୀ ଏ ବାବଦକୁ କୌଣସି ପାରିଶ୍ରମିକ ନେବେ ନାହିଁ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହସ୍ପଷ୍ଟ କରିଛନ୍ତି । ୧୭ ଅକ୍ଟୋବରରୁ ଓମାନ ଏବଂ ୟୁଏଇରେ ଟି୨୦ ବିଶ୍ୱକପ ଆରମ୍ଭ ହେବ ।

ଧୋନୀ ଗତବର୍ଷ ଅଗଷ୍ଟ ୧୫ରେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ତାଙ୍କ ନେତୃତ୍ୱରେ ଭାରତ ଦିନିକିଆ ଏବଂ ଟି୨୦ ବିଶ୍ୱକପ ଜିତିଥିବାରୁ ଏହା ବର୍ତମାନ ଟିମର ପ୍ରଦର୍ଶନ ସ୍ତର ସୁଧାରିବାରେ ସହାୟ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.