ଅନୁଗୁଳ : ତାଳଚେର ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ବ୍ରାଉନସୁଗାର ବିକ୍ରି କରିବା ସମୟରେ ୬ ଜଣ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ପୋଲିସ । ସେମାନଙ୍କଠାରୁ ୧୩ ଗ୍ରାମର ଧଳା ଜହର ଜବତ ହୋଇଛି । ଏଥିସହ ସେମାନଙ୍କ ପାଖରୁ ବିପୁଳ ପରିମାଣର ଧଳା ଜହର ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଏମାନେ ବ୍ରାଉନସୁଗୁାର ବିକ୍ରି କରିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ପୋଲିସ ବ୍ରାଉନସୁଗାର ଜବତ କରିଥିଲା । ସେମାନଙ୍କ ଠାରୁ ଗୋଟିଏ କାର, ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଅଞ୍ଚଳର ହୋଇଥିବା ବେଳେ, ଅନ୍ୟ ୫ଜଣ ତାଳଚେର ଅଞ୍ଚଳର ହୋଇଥିବା ଜଣାପଡିଛି । ୬ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
Comments are closed.