Latest Odisha News

BREAKING NEWS

ବଡଗଡ଼ରେ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା ମାମଲାର ଆସିଲା ରାୟ

ଗଞ୍ଜାମ: ଧରାକୋଟ ବଡଗଡ଼ ଥାନା ଅନ୍ତର୍ଗତ ଓଳମ୍ବା ଗ୍ରାମରେ ଅତି ନିର୍ମମ ଭାବେ ଯୁବକଙ୍କ ଗଳା କାଟି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଅଙ୍ଗଦ ରାଉତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରବୀର କୁମାର ଚୌଧୁରୀ ।

ଏହା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟରେ ତିନି ମାସ ସଶ୍ରମ କାରାଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ।

ଖବର ମୁତାବକ, ୧ ଅକ୍ଟୋବର ୨୦୧୭ ତାରିଖ ରାତିରେ ପାଣ୍ଡଵ ମଦ ପିଇବା ପାଇଁ ଗାଁର କିଛି ଯୁବକଙ୍କ ସହ ଯାଇଥିଲେ । ଏହି ସମୟରେ ସେହି ଗ୍ରାମର ଅଙ୍ଗଦ ରାଉତ ଗଣିଆ ନାଳ ନିକଟରେ ପାଣ୍ଡଵଙ୍କର ଗଳା କାଟି ମୁଣ୍ଡ ଗଣ୍ଡି ଅଲଗା କରି ମୁଣ୍ଡକୁ ଧରି ଯାଉଥିବା ବେଳେ ଖବର ପାଇ ବଡଗଡ଼ ପୋଲିସ ଅଙ୍ଗଦକୁ କାବୁ କରିଥିଲା ।

ଘଟଣାରେ ମୃତକଙ୍କ ସ୍ତ୍ରୀ ସାବିତ୍ରୀ ନାୟକଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ସମସ୍ତ ୧୨ ଜଣଙ୍କ ସାକ୍ଷ୍ୟକୁ ଭିତ୍ତି କରି ଏହି ଚୂଡାନ୍ତ ରାୟ ପ୍ରକାଶ ପାଇଛି ।

Comments are closed.