Latest Odisha News

BREAKING NEWS

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ । ଟାଉନ ଥାନା ଗୁଡିଆସାହି ରାବେଣୀ ଚଉଁରା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ଖବରପାଇ ଟାଉନଥାନା ଆଇଆଇସି ଗୋକୁଳା ନନ୍ଦ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସ୍ନାନପୂର୍ଣ୍ଣିମା ଅବସରରେ ସହରରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏଭଳି ହତ୍ୟାକାଣ୍ଡ ସମସ୍ତଙ୍କୁ ଚକିତ କରିଛି ।

Comments are closed.