Latest Odisha News

BREAKING NEWS

ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ମୁଣ୍ଡ: ଯୁବକଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ମୁଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା । ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ନେଇଛି ଜୀବନ । ଯୁବକଙ୍କୁ ହତ୍ୟା ପରେ ତାଙ୍କ ଘରେ ନିାଁ ଲଗାଇଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଦାଳ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କାଳୁ ନାହାକ । ଏହି ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି ।

ଅଭିଯୋଗ ହୋଇଛି, ଆଜି ସକାଳେ କାଳୁ ଦୋକାନରୁ ଫେରୁଥିଲେ । ଏତିକିବେଳେ କିଛି ଦୁର୍ବୃତ୍ତ ରାସ୍ତାରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଖଣ୍ଡାରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି ।

ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କୋଦଳା ପୋଲିସ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ଖୋଳତାଡ ଜାରି ରଖିଛି । ଅଭିଯୁକ୍ତଙ୍କୁ ଧରିବାକୁ ଜାରି ରହିଛି ଉଦ୍ୟମ ।

Leave A Reply

Your email address will not be published.