Latest Odisha News

BREAKING NEWS

ଫରହାନ୍‌ଙ୍କ ଫିଲ୍ମରେ ଅନନ୍ୟାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ଏବଂ ଜୋୟା ଅଖତର ଏବଂ ରେମା କାଗଟିଙ୍କ ଟାଇଗର ବେବି ଫିଲ୍ମସ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଫିଲ୍ମର ଟାଇଟଲ ରହିଛି ‘ଖୋ ଗୟେ ହମ୍‌ କାହାଁ’। ଏହାର ଷ୍ଟାର୍‌ କାଷ୍ଟ ହେଉଛନ୍ତି ହ୍ବାଇଟ ଟାଇଗର ଅଭିନେତା ଆଦର୍ଶ ଗୌରବ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ।

ଜୋୟା ଅଖତର, କାଗ୍‌ଟି ଏବଂ ଅର୍ଜୁନ ବାରାଏନ୍ ଏହାର ନିର୍ଦ୍ଦେଶନା ଦେବେ। ଚଳଚ୍ଚିତ୍ରଟି ୨୦୨୩ ମସିହାରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ତେବେ ଫରହାନଙ୍କ ଆଉ ଏକ ଫିଲ୍ମ ‘ଜି ଲେ ଜରା’ ମଧ୍ୟ ୨୦୨୩ରେ ମୁକ୍ତିଲାଭ କରିପାରେ। ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୌଫ ଏବଂ ଆଲିଆ ଭଟ୍ଟ।

Leave A Reply

Your email address will not be published.