Latest Odisha News

BREAKING NEWS

ସେୟାର ବଜାରରେ ଉତ୍ସାହ: ପ୍ରଥମ ଥର ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ସେନସେକ୍ସ । ପ୍ରଥମ ଥର ବମ୍ବ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୫୦ ହଜାର ପାର କରିଛି । ସେହିପରି ନିଫଟ୍ ସୂଚକାଙ୍କ ଟପିଥିଲା ୧୪ ହଜାର । ବିଏସଇ ସୂଚକାଙ୍କ ୨୨୩ ପଏଣ୍ଟ ବଢ଼ି ୫୦ହଜାର ୧୫ ପାର କରିଥିଲା । ସେହିପରି ନିଫଟି ସୂଚକାଙ୍କରେ ୬୩ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଥିଲା । ନିଫଟ୍ ସୂଚକାଙ୍କ ୧୪ହଜାର ୭୦୭ ଛୁଇଁଥିଲା । ଆମେରିକାର ରାଷ୍ଟ୍ରପତି ଭାବରେ ଜୋ ବାଇଡେନ୍ ଶପଥ ଗ୍ରହଣ କରିବା ପରେ ସେୟାର ମାର୍କେଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.