ଭୁବନେଶ୍ୱର: ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ ଆତ୍ମସମର୍ପଣ କର ନଚେତ୍ ଏନକାଉଣ୍ଟର ହେବ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍ ଥିବା କହିଛନ୍ତି ବିଏସଏଫ୍ ଆଇଜି । ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି । ଏମାନଙ୍କ ଉପରେ ଆମର ନଜର ରହିଛି ।
ମାଓବାଦୀଙ୍କୁ କଡାଚେତାବନୀ ଦେଇ ଆଇଜି କହିଛନ୍ତି ଯେ, ଆତ୍ମସମର୍ପଣ କଲେ ସହଯୋଗ ମିଳିବ, ମୁଖ୍ୟସ୍ରୋତରେ ଫେରିପାରିବେ । ହିଡ୍ମାର ଏନ୍କାଉଣ୍ଟର ପରେ ଏବେ ଟପ୍ ମାଓ ନେତା ଆମର ଟାର୍ଗେଟ୍ ରେ ରହିଛନ୍ତି । ଚଳିତ ବର୍ଷ ଓଡ଼ିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି । ୮ ଜଣ ଗିରଫ ହୋଇଛନ୍ତି, ୬ ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି ବିଏସଏଫ୍ ଆଇଜି ।
Comments are closed.