Latest Odisha News

BREAKING NEWS

ଛତିଶଗଡ: ମାଓବାଦୀଙ୍କ ବିସ୍ଫୋରଣରେ ୬ ଆହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ଆଇଇଡି ବିସ୍ପୋରଣ କରିଛନ୍ତି। ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ପୁଣିଥରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି ।

ନକ୍ସଲ ପ୍ରଭାବିତ ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ।

ଏହି ବିସ୍ଫୋରଣରେ ୪ଜଣ ବିଏସ୍ଏଫ୍ ଯବାନଙ୍କ ସମେତ ଜଣେ ଡିଆର୍ଜି ଓ ଜଣେ ସାଧାରଣ ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ସ୍ଥାନୀୟ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୧୨ରେ ଛତିଶଗଡ଼ରେ ପ୍ରଥମ ପର‌୍ୟ୍ୟାୟରେ ୧୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଜାରି ରହିଥିବା ବେଳେ ଦାନ୍ତେୱାଡା ଜିଲ୍ଲାରେ ବୁଥ୍ ନମ୍ବର ୧୮୩ଠାରୁ ପ୍ରାୟ ୭ଶହ ମିଟର ଦୂରରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଭୋଟର ମାନଙ୍କୁ ଭୟଭୀତ କରିବା ପାଇଁ ଉଦ୍ୟମ କରିଥିଲେ।

ସେହିପରି ନଭେମ୍ବର ୮ ତାରିଖରେ ଦନ୍ତେୱାଡାର ଏକ ସ୍ଥାନରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରି ଏକ ବସକୁ ଉଡାଇଦେଇଥିଲେ । ସେହି ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସମେତ ୪ଜଣ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିଲେ ।

ଆହୁରି ମଧ୍ୟ ଅକ୍ଟୋବର ୩୦ ତାରିଖରେ ସୁରକ୍ଷାକର୍ମୀଙ୍କ ସହିତ ସେଠାକୁ ନିର୍ବାଚନ କଭରେଜ ପାଇଁ ଯାଇଥିବା ଦୂରଦର୍ଶନର ଏକ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିାଲ । ଫଳରେ ସେଠାରେ ୨ଜଣ ସୁରକ୍ଷାକର୍ମୀଙ୍କ ସହ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିଲା ।

Leave A Reply

Your email address will not be published.