Latest Odisha News

BREAKING NEWS

ପ୍ରେମ-ପ୍ରଣୟ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର-ଦୀପିକା…

ମୁମ୍ବାଇ: ବଲିଉଡ଼ରେ ବିବାହ ଲାଗି ୨୦୧୮ ମସିହା ବେଶ୍ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ବିୟୁଟି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ସେହିପରି ବଲିଉଡ଼ର ମୋଷ୍ଟ ସେନସେସନ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ହ୍ୟାଣ୍ଡସମ୍ କ୍ରିକେଟର୍ ବିରାଟ କୋହଲି ଚର୍ଚ୍ଚିତ ବିବାହ ଉତ୍ସବ ଉଭୟଙ୍କ ଫ୍ୟାନଙ୍କୁ ଆମୋଦିତ କରିଥିଲା । ଏବେ ସୁନ୍ଦରୀ ଦୀପିକା ଏବଂ ବଲିଉଡର ସବୁଠୁ ଚର୍ଚ୍ଚିତ ଆକ୍ଟର୍ ରଣବୀର ସିଂହ ପ୍ରେମ ଓ ପ୍ରଣୟରେ ସଫଳତା ହାସଲ କରି ଆଜିର ଶୁଭଲଗ୍ନରେ ବିବାହ ବନ୍ଧନରେ ବାନ୍ଧିହେଉଛନ୍ତି ।

ବଲିଉଡ଼ରେ ସବୁବେଳେ ବ୍ୟସ୍ତତା ମଧ୍ୟରେ ରହି ମଧ୍ୟ ଦୀପିକା-ରଣବୀର ଯୋଡ଼ି ବିଶ୍ୱାସ-ଶ୍ରଦ୍ଧା ଏବଂ ପ୍ରେମ-ପ୍ରଣୟର ଚରମ ସଫଳତା ହାସଲ କରିପାରି ଆଜି ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।

ଦୀପିକା-ରଣବୀରଙ୍କ ଦୀର୍ଘ ଛଅ ବର୍ଷର ପ୍ରେମ ଆଜି ବିବାହ ପରି ପବିତ୍ର ସମ୍ପର୍କରେ ପରିଣତ ହୋଇଛି ।

ରଣବୀର-ଦୀପିକା ଫିଲ୍ମରେ କାମ କରୁଥିବା ବେଳେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ ଏବଂ ଶାଶ୍ୱତ ପ୍ରେମର ରଜ୍ଜୁରେ ବାନ୍ଧିହୋଇ ଦୁହେଁ ପରସ୍ପରକୁ ବୈବାହିକ ବନ୍ଧନରେ ବାନ୍ଧିଦେଲେ । ସୋମବାର ଦିନ ଦୁହିଁଙ୍କର ନିର୍ବନ୍ଧ ଉତ୍ସବ ସରିଯାଇଛି । ନିର୍ବନ୍ଧ ସହିତ ମେହେନ୍ଦି, ପାରମ୍ପରିକ ନଡ଼ିଆ, ହଳଦୀ-ଫୁଲ ପୂଜା ସହିତ କୋଙ୍କଣୀ ଓ ସିନ୍ଧି ରୀତି ନୀତିରେ ଏହି ବୈବାହିକ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ଏହି ସଫଳ ବଲିଉଡ଼ ପ୍ରେମୀଙ୍କ ବିବାହ ଉତ୍ସବରେ ଯୋଗଦେବେ ଦୁହିଁଙ୍କ ପରିବାର ସମେତ ୪୦ ଜଣ ଅତିଥି ।

ହର୍ଷ ଓ ଉଲ୍ଲାସର ଉନ୍ମାଦନା ମଧ୍ୟରେ ଏବେ ଦୁହିଁଙ୍କ ପରିବାର ଇଟାଲୀର କୋମୋ ଲେକ୍ ନିକଟବର୍ତ୍ତୀ କାଷ୍ଟା ଦିଭା ରିସୋର୍ଟ ଏଣ୍ଡ ସ୍ପାରେ ଏହି ବିବାହ ଉତ୍ସବ ଲାଗି ଏକତ୍ରୀତ ହୋଇସାରିଛନ୍ତି ।

ରଣବୀର ଓ ଦୀପିକାଙ୍କ ମ୍ୟାରେଜ୍ କଷ୍ଟ୍ୟୁମ୍ ସେହି ସ୍ଥାନରେ ବେଶ୍ ରୋମାଞ୍ଚକର ବାତାବରଣ ସୃଷ୍ଟି କରୁଛି । ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧି ଦେଉଥିଲା ବେଳେ ଦୀପିକା ଓ ରଣବୀର ଏବେ ବେଶ୍ ଖୁସ୍ ରହିଥିବାର ଅନୁଭବ ହେଉଛି, ବଲିଉଡ଼ର ଦୈନନ୍ଦିନ ରୁଟିନ୍ ବନ୍ଧା ସୁଟିଂ ସେଟରୁ ମୁକ୍ତ ହେଲାପରେ ସାଂସାରିକ ସୁଖ ଏହି ପ୍ରେମୀ ଯୁଗଳଙ୍କ ହାତ ପାଆନ୍ତାରେ !

ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସୁଥିବା ସମସ୍ତ ଅତିଥିମାନଙ୍କୁ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ କୋଙ୍କଣୀ ପାରମ୍ପରିକ ରୀତି ଅନୁସାରେ ନଡ଼ିଆ-ପାନପତ୍ର-ଗୁଆ ଦେଇ ସ୍ୱାଗତ ଅଭ୍ୟର୍ଥନା କରିଛନ୍ତି ।ବଲିଉଡ଼ର ସବୁଠୁ ହଟ୍ ଆକ୍ଟର-ଅକ୍ଟ୍ରେସ କୁହାଯାଉଥିବା ଏହି ଯୋଡ଼ିଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଇଟାଲୀର ଲେକ୍ କୋମୋରେ ପହଞ୍ଚୁଛନ୍ତି ବଲିଉଡ଼ ବାଦଶାହ ଶାହରୁଖ ଖାନ ଏବଂ ନିର୍ଦ୍ଦେଶିକା ଫାରାହ ଖାନ । ଏହାଛଡ଼ା ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ବନସାଲୀଏ ମଧ୍ୟ ଏହି ମେଗା ମ୍ୟାରେଜ୍ ଇଭେଣ୍ଟରେ ପ୍ରମୁଖ ଅତିଥି ରୂପେ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.