Latest Odisha News

BREAKING NEWS

ଚିକିତ୍ସାଧୀନ ଅବସ୍ଥାରେ ବିଏସଏଫ ଯବାନ ମୃତ, ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

କେନ୍ଦ୍ରାପଡା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଦେମାଳ ଗାଁର ରାଜକିଶୋର ମହାଳିକ। ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ।

ରାଜକିଶୋରଙ୍କୁ ଟିବି ହେବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାଜକିଶୋରଙ୍କ ମରଶରୀର ଜନ୍ମମାଟିରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଦେଶପ୍ରେମ ଆଉ କର୍ତ୍ତବ୍ୟନିଷ୍ଠା ପାଇଁ ଘର ପରିବାର ଲୋକଙ୍କୁ ଛାଡ଼ି ସୀମାରେ ଜଗିଥିଲେ।

ହଠାତ ଏ ରୋଗ ଯେ ତାଙ୍କ ଜୀବନ ନେଇଯିବ କେହି କେବେ କଳ୍ପନା ବି କରିନଥିଲେ। ଗରିବ ପରିବାରରେ ଜନ୍ମିତ ରାଜକିଶୋର ସେନାରେ ଯୋଗ ଦେବା ପରେ ଘରର ଆର୍ଥିକ ସ୍ଥିତିକୁ ଅନେକ ମାତ୍ରାରେ ସୁଧାରିବାରେ ସଫଳ ହୋଇଥିଲେ। କିନ୍ତୁ ଏବେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଛି ପୁରା ପରିବାର।

Comments are closed.