Latest Odisha News

BREAKING NEWS

ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଗୁରୁତର

ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୁଗାପଦରରେ ଏହି ବିସ୍ଫୋରଣ ହୋଇଛି । ଯବାନମାନେ ସର୍ଚ୍ଚ ଅପେରେସନ୍ କରିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଏହି ଲ୍ୟାଣ୍ଡମାନ୍ ବିଛାଇଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ।

Leave A Reply

Your email address will not be published.