Latest Odisha News

କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ଈଶାନ୍ତ

ମୋଟେରା: ଫେବୃୟାରୀ ୨୪ରେ ମୋଟେରାରେ ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତର ସିନିୟର ପେସ ବୋଲର ଈଶାନ୍ତ ଶର୍ମା କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ । କପିଳ ଦେବଙ୍କ ପରେ ଭାରତର ଦ୍ୱିତୀୟ ଏବଂ ଓଭରାଲ ୧୧ତମ ପେସ ବୋଲର ଭାବେ ଏହି କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି ।

୯୯ ଟେଷ୍ଟରେ ଈଶାନ୍ତ ୩୦୨ ଉଇକେଟ ଅକ୍ତିଆର କରିଛନ୍ତି । ୬୪ ରନରେ ୭ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୬୧ ଉଇକେଟ ନେଇଛନ୍ତି । ସେ ୬ଜଣ ଅଧିନାୟକଙ୍କ ସହ ଖେଳି ସାରିଛନ୍ତି । ସେହିପରି ଈଶାନ୍ତ ଖେଳିଥିବା ୯୯ ମ୍ୟାଚରେ ଭାରତ ୪୫ରେ ବିଜୟ ହାସଲ କରିଛି । ୧୯୮ ବ୍ୟାଟ୍ସମ୍ୟାନଙ୍କୁ କ୍ୟାଚ, ୫୮ଜଣଙ୍କୁ ବୋଲ୍ଡ ଓ ୪୬ ଜଣଙ୍କୁ ଏଲବିଡବଲ୍ୟୁ କରିଛନ୍ତି । ଇଂଲଣ୍ଡ ଅଧିନାୟକ ଆଲିଷ୍ଟର କୁକଙ୍କୁ ସର୍ବାଧିକ ୧୧ଥର ଆଉଟ କରିଛନ୍ତି ।

Leave A Reply

Your email address will not be published.