Latest Odisha News

BREAKING NEWS

ଆସନ୍ତାକାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ଠାରୁ ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ । ବିଏମସି ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ ସାମ୍ବାଦିକମାନେ ଟିକା ନେଇପାରିବେ ।

ବିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଇଆରସି ଭିଲେଜ ନୟାପଲ୍ଲୀ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦ୍ବିତୀୟ ଡୋଜ ଟିକା ପ୍ରଦାନ କରାଯିବ । ଯେଉଁମାନେ ପୂର୍ବରୁ ଅନୁଷ୍ଠିତ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନଙ୍କୁ ଏଠାରେ ଦ୍ବିତୀୟ ଡୋଜ ଟିକା ଦିଆଯିବ । ଏହି କାର୍ଯ୍ୟକ୍ରମ ଆସନ୍ତା ସୋମବାର ଓ ମଙ୍ଗଳବାର ସକାଳ ସାଢ଼େ ୯ଟାରୁ ଦିନ ଗୋଟାଏ ଓ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏଣୁ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ଟିକା ନେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି । ଟିକା ନେବାକୁ ଥିବା ସାମ୍ବାଦିକମାନଙ୍କ ତାଲିକା ବିଏମସି ପକ୍ଷରୁ ପ୍ରକାଶ ପାଇବ । ଏହି ତାଲିକା ଅନୁସାରେ ସାମ୍ବାଦିକମାନେ ଉପସ୍ଥିତ ରହିବାକୁ ଅନୁରୋଧ କରିଛି ବିଏମସି ।

Leave A Reply

Your email address will not be published.