ଅମୃତସର: ଆଜି ଅମୃତସରର ଖାସା ଗ୍ରାମରେ ଥିବା ‘ବିଏସ୍ଏଫ୍’ ମୁଖ୍ୟାଳୟ ମେସ୍ରେ ଗୁଳିକାଣ୍ଡ ଘଟିବାରୁ ପ୍ରାୟ ୫ଜଣ ଯବାନ୍ ନିହତ ହୋଇଛନ୍ତି।
‘ବିଏସ୍ଏଫ୍’ ମେସ୍ ଭିତରେ ନିର୍ବିଚାର ଭାବେ ଗୁଳି ଚଳାଇଥିବା କନେଷ୍ଟବଳଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ ଜଣେ ଯବାନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି।
ବର୍ତ୍ତମାନ ସୁଦ୍ଧା ୪ଜଣ ‘ବିଏସ୍ଏଫ୍’ ଯବାନଙ୍କ ଶବ ଡାକ୍ତରଖାନାରେ ପହଞ୍ଚି ସାରିଛି । ଏହି ଘଟଣାରେ ଆହୁରି କେତେ ଜଣ ସାଙ୍ଘାତିକ ଆହତ ହୋଇଥିବା ରିପୋର୍ଟ ମିଳିଛି ।
ଏ ସଂକ୍ରାନ୍ତ ବିବୃତିରେ ‘ବିଏସ୍ଏଫ୍’ ଅଧିକାରୀମାନେ କହିଛନ୍ତି, ଅମୃତସର ଅନ୍ତର୍ଗତ ଖାସାରେ ଆଜି ଗୋଟାଏ ଦୁଃଖଦ ଘଟଣାରେ ୧୪୪ ବାଟାଲିୟାନ୍ର ମୁଖ୍ୟାଳୟରେ କନେଷ୍ଟବଳ ସଟ୍ଟେପା ଏସ୍କେ ଗୁଳି ଚଳାଇବାରୁ ୫ଜଣ ‘ବିଏସ୍ଏଫ୍’ ଯବାନ ଆହତ ହୋଇଥିଲେ । କନେଷ୍ଟବଳ ସଟ୍ଟେପା ଏସ୍କେ ମଧ୍ୟ ଏହି ଘଟଣାରେ ଆହତ ହୋଇଥିଲେ।
ଆହତ ହୋଇଥିବା ୬ଜଣଙ୍କ ମଧ୍ୟରୁ କନେଷ୍ଟବଳ ସଟ୍ଟେପା ଏସ୍କେ ସମେତ ୫ଜଣ ପ୍ରାଣ ହରାଇଛନ୍ତି। ଜଣେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି।
ଚିକିତ୍ସା ନିମନ୍ତେ ସମସ୍ତ ଆହତଙ୍କୁ ଗୁରୁ ନାନକ ଦେବ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.