Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୟୁକ୍ରେନର ତୃତୀୟ ଆଣବିକ କାରଖାନା ଦଖଲ ପାଇଁ ଋଷର ମେଗା ମିଶନ

ଦିଲ୍ଲୀ: ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ୟୁକ୍ରେନରେ ତାଣ୍ଡବଲୀଳା ରଚାଇଛି ୟୁକ୍ରେନ୍। ବିଭିନ୍ନ ସ୍ଥାନରେ ଲୋକଙ୍କୁ ଘେରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବି ବଢି ଚାଲିଛି। କିଛି ଦିନ ତଳେ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ କରିଥିବା ବେଳେ ଏବେ ପୁଣି ତୃତୀୟ ଆଣିବକ କାରଖାନା ଦଖଲ ପାଇଁ ଋଷର ମୋଗା ମିଶନ ଆରମ୍ଭ ହୋଇଛି।

ୟୁକ୍ରେନର ତୃତୀୟ ଆଣବିକ କାରଖାନା ଦଖଲ ପାଇଁ  ଋଷ ସୈନ୍ୟଙ୍କ ମେଗା ମିଶନ । ସଶସ୍ତ୍ର ବାହିନୀ, ଟ୍ୟାଙ୍କ ସହ ମାଡି ଚାଲିଛନ୍ତି ଆଗକୁ । ଚେର୍ଣ୍ଣୋବିଲକୁ ପ୍ରଥମେ ଋଷୀୟ ସୈନ୍ୟ କବଜା କରିଥିବା ବେଳେ ୟୁରୋପର ସର୍ବବୃହତ ଆଣବିକ କାରଖାନା ଜୋପୋରିଜିଆ ପ୍ଲାଣ୍ଟକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ପ୍ରଥମେ ଏହାକୁ ଋଷ କବଜା କରିଥିବା କୁହାଯାଉଥିବା ବେଳେ, ପୁଣି ଏହାକୁ ନିଜ ଅଧୀନକୁ ଆଣିଥିବା ଦାବି କରିଥିଲା ୟୁକ୍ରେନ ।

ସେପଟେ ଋଷ ସୈନ୍ୟଙ୍କ ମୁକାବିଲା କରିବା ପାଇଁ ୟୁକ୍ରେନରେ ଗଠିତ ହୋଇଛି ଟେରିଟୋରିଆଲ ଡିଫେନ୍ସ ଫୋର୍ସ । ଏଥିରେ ଏକ ଲକ୍ଷରୁ ଅଧିକ ନାଗରିକ ସାମିଲ ହୋଇଛନ୍ତି ।

ଋଷୀୟ ଯୁଦ୍ଧବନ୍ଦୀଙ୍କ ଲାଗି ୟୁକ୍ରେନ କ୍ୟାମ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛି । ସେପଟେ ତୁରନ୍ତ ଋଷ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଆମେରିକା ଓ ବ୍ରିଟେନ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed, but trackbacks and pingbacks are open.