Latest Odisha News

BREAKING NEWS

ସୀମାରେ ବୃଦ୍ଧି ପାଇବ ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା

ନୂଆଦିଲ୍ଲୀ : ପାକିସ୍ତାନ, ବାଂଲାଦେଶ ଅନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ ବିଏସଏଫର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ ବିଏସଏଫର କ୍ଷମତା ୧୫ କିଲୋମିଟର ସୀମା କ୍ଷେତ୍ର ପର୍ଯ୍ୟନ୍ତ ରହିଛି । ଅର୍ଥାତ ଏବେ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସୀମା କ୍ଷେତ୍ରଠାରୁ ୫୦କିମି କ୍ଷେତ୍ର ମଧ୍ୟରେ ବିଏସଏଫ୍ ସର୍ଚ୍ଚ ଅପରେସନ ଓ ଗିରଫ କରିପାରିବ ।

ନିକଟରେ ଅନ୍ତର୍ଜାତୀୟ ସୀମା ପାର୍ଶ୍ବରେ ଡ୍ରୋନ ଉଡିବା, ବୋମା ଫିଙ୍ଗା ଯିବା ପରେ ଦେଶର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର କହିଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପଞ୍ଜାବରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ବିରୋଧ କରିଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହାକୁ ସମର୍ଥନ କରିଛନ୍ତି । ବିଏସଏଫର ଅଧିକାର ବୃଦ୍ଧିକୁ ନେଇ କେନ୍ଦ୍ରର ଏଭଳି ଏକତରଫା ନିଷ୍ପତ୍ତିକୁ ଚନ୍ନି ବିରୋଧ କରିବା ସହ ଗୃହମନ୍ତ୍ରୀ ତୁରନ୍ତ ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ ବୋଲି ଦାବି କରିଛନ୍ତି ।

Leave A Reply

Your email address will not be published.