Latest Odisha News

ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝି, ଦାବି କଲେ ସିବିଆଇ ତଦନ୍ତ

କେନ୍ଦୁଝର : ବିଧାୟକ ମୋହନ ମାଝି ଗାଡିକୁ ବୋମାମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାରକୁ ନେଇ ଏହି ବୋମା ମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ମୋହନ ମାଝି । ଗିରଫ ଅଭିଯୁକ୍ତଙ୍କୁ ସେ ଚିହ୍ନି ନଥିବା ବେଳେ, ତାଙ୍କ ସହ ଆର୍ଥିକ କାରବାର ଓ ବ୍ୟକ୍ତିଗତ ଶତ୍ରୁତା ଆସିଲା କେଉଁଠି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ ପୋଲିସ ପ୍ରୟାସ କରୁଥିବା ବେଳେ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଦାବି କରିଛନ୍ତି ମୋହନ ମାଝି । ଏଥିସହ ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏତଲାରେ ସେ ଯେଉଁମାନଙ୍କ ନାଁ ଉଲ୍ଲେଖ କରିଥିଲେ, ପୋଲିସ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିନଥିବାରୁ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ବିଧାୟକ । ସେହିପରି ଯେଉଁ ୫ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ସେ ଚିହ୍ନିନଥିବା କହିଛନ୍ତି । ତେଣୁ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ମୋହନ ମାଝି ।

Leave A Reply

Your email address will not be published.