ମାଲକାନଗିରି: ନକ୍ସଲ ବିରୋଧୀ ଅପରେସନକୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗାଁ ନିକଟରେ ସୁରକ୍ଷା କର୍ମୀ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ବିପୁଳ ବିସ୍ଫୋରକ ଜବତ କରାଯାଇଛି ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଏସଏଫର ୧୭୭ ବାଟାଲିୟନ୍ ଅପରେସନ୍ ଆରମ୍ଭ କରିଥିଲା । ଯୋଡ଼ାମ୍ବ ଥାନା ଯନ୍ତ୍ରୀ ପଞ୍ଚାୟତର ଆର୍ଲିଙ୍ଗପଡ଼ାରେ ଅପରେସନ୍ ଆରମ୍ଭ କରିଥିଲେ । ମାଓ କ୍ୟାମ୍ପରୁ ବିଏସଏଫ୍ ବିପୁଳ ବିସ୍ଫୋରକ ଜବତ କରିଛି ।
୧୪ଟି ଡିଟୋନେଟର, ୭ଟି ଗେଲଟିନ୍ ଷ୍ଟିକ୍, ୪ ବଣ୍ଡଲ୍ କଡେସ୍କ ୱେୟାର, ଇଲେକ୍ଟି ତାର, ଭଙ୍ଗା କାଚ ଖଣ୍ଡ, ଛତା, ପୋଷାକ, ଖାଲି ଟିଫିନ୍ ବୋମା ଆଦି ମିଳିଛି । ଜବତ ସାମଗ୍ରୀ ଆଇଡି ପାଇଁ ବ୍ୟବହାର ହେଉଥିଲା ।
Comments are closed.