Latest Odisha News

BREAKING NEWS

ବରଫ ଭିତରେ ଭାରତୀୟ ଯବାନଙ୍କ ବିହୁ ନାଚ

ଶ୍ରୀନଗର: କୋଲ ମାରିଲା ପରି ଥଣ୍ଡା । ଚାରିଆଡେ ବରଫ । ଆଉ ବରଫ ଭିତରେ ବିହୁ ଡ୍ୟାନ୍ସ କଲେ ଭାରତୀୟ ଯବାନ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିହୁ ହେଉଛି ଆସାମ ଏବଂ ଉତ୍ତର ପୂର୍ବ ଭାରତର ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଫସଲ ଅମଳ ସମୟର ପର୍ବ । ଜାନୁଆରୀ ୧୪ରୁ ତିନି ଦିନ ଯାଏ ଆସାମରେ ଏହି ବିହୁ ପର୍ବ ପାଳନ ହୁଏ । ଏହାକୁ ମାଘ ମାସରେ ମାଘ ବିହୁ ବୋଲି କୁହାଯାଏ । ଏହା ଆସାମର ଏକ ଲୋକ ପର୍ବ । ଯାହାକୁ ଭାରତୀୟ ଯବାନମାନେ ବରଫ ଭିତରେ ପାଳନ କରିଛନ୍ତି । କେବଳ ସେତିକି ନୁହେଁ କାଶ୍ମୀରର ମାଇନସ୍ ୧୫ ଡିଗ୍ରି ତାପମାତ୍ରାରେ ଭାରତୀୟ ବିଏସଏଫ ଯବାନମାନେ ଲୋକଗୀତର ତାଳେତାଳେ ନାଚୁଥିବାର ଦେଖାଯାଇଛି । ଯାହାକୁ ‘ବର୍ଡର ସିକ୍ୟୁରିଟି ଫୋର୍ସ କାଶ୍ମୀର’ର ଟ୍ୱିଟରେ ପୋଷ୍ଟ କରାଯାଇଛି ।

ଏହି ଭିଡିଓର କ୍ୟାପସନରେ ଲେଖାଅଛି, ‘ବରଫରେ ଆଚ୍ଛାଦିତ ପର୍ବତମାଳା, ଆଖି ମୁଦି ହେବା ଭଳି ଥଣ୍ଡା ପବନ, କାଲୁଆ ମାରିଗଲା ପରି ଥଣ୍ଡା, ନିୟନ୍ତ୍ରଣ ରେଖା ଉପରେ ୨୪ ଘଣ୍ଟା ସତର୍କ ଦୃଷ୍ଟି ରଖିବାର ଚାପ, ଘରଠୁ ଦୂର; ଏସବୁ ବିଏସ୍ଏଫ୍ ଯବାନମାନଙ୍କୁ ସୀମାନ୍ତବର୍ତ୍ତୀ କେରାନ ସେକ୍ଟର୍ସ୍ଥିତ ‘ଏଫ୍ଡିଏଲ୍’ରେ ନାଚ କରି ବିହୁ ପାଳନ କରିବାରୁ ନିବୃତ କରି ପାରି ନାହିଁ।

Comments are closed, but trackbacks and pingbacks are open.