Latest Odisha News

BREAKING NEWS

ବ୍ରେକ ଅପ ଖବରକୁ ବିରାମ:୨୩ ଦିନ ପରେ ଏକତ୍ର ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: ମଲାଇକା ଆରୋରା ଓ ଅର୍ଜୁନ କାପୁରଙ୍କ ବ୍ରେକ ଅପ ଖବର ବେଶ ଚର୍ଚ୍ଚା ସାଉଁଟିଥିଲା । ତେବେ ୨୩ ଦିନ ପରେ ଏହି ବ୍ରେକ ଅପ ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଉଭୟଙ୍କୁ ଏକତ୍ର ଲଂଚ ଡେଟରେ ସ୍ପଟ କରାଯାଇଛି । ଅର୍ଜୁନ କରୋନା ସଂକ୍ରମିତ ହେବା ପରେ କ୍ୱାରେଂଟାଇନରେ ରହିଥିଲେ । ଏହା ପରେ ଉଭୟଙ୍କ ବ୍ରେକଅପ ଖବରର ଗୁଜବ ସୃଷ୍ଟି ହୋଇଥିଲା ।

ଗତ ସପ୍ତାହରେ ଅର୍ଜୁନ ଏକ ସେଲ୍ଫି ପୋଷ୍ଟ କରି ଲେଖିଥିଲେ ସନ୍ଦେହ ଭରା ଗୁଜବ ପାଇଁ କୌଣସି ସ୍ଥାନ ନାହିଁ । ସୁରକ୍ଷିତ ରୁହ ଓ ଖୁସିରେ ରୁହ । ଏହା ପରେ ମଲାଇକା ବୟସକୁ ନେଇ ଏକ ପୋଷ୍ଟ ଶେୟାର କରିଥିଲେ । ଉଭୟ ୨୦୧୯ରେ ଅଫିସିଆଲ ଭାବେ ସେମାନଙ୍କ ସମ୍ପର୍କ ସମ୍ପର୍କରେ ଘୋଷଣା କରିଥିଲେ ।

Comments are closed, but trackbacks and pingbacks are open.