Latest Odisha News

BREAKING NEWS

ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ବିଏସଏଫ ଗୁଳିରେ ନିପାତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ସମୟରେ ଭାରତ ଦ୍ୱାରା ପରାସ୍ତ ହେବା ପରେ ମଧ୍ୟ ପାକିସ୍ତାନ ସୁଧୁରୁନି। ସୀମାରେ ଅନୁପ୍ରବେଶ ପାଇଁ ତାଙ୍କର ପ୍ରୟାସ ଏବେ ବି ଜାରି ରହିଛି। ସଦ୍ୟତମ ଘଟଣାକ୍ରମରେ, ଶୁକ୍ରବାର ରାତିରେ ଗୁଜୁରାଟର ବନାସକାଣ୍ଠାରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଏସଏଫ କର୍ମଚାରୀମାନେ ତାଙ୍କୁ ବିଫଳ କରିଥିଲେ। ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ବିଏସଏଫ ଗୁଳିରେ ନିପାତ ହୋଇଛନ୍ତି। ବନାସକାଣ୍ଠା ଜିଲ୍ଲାରେ ଅନୁପ୍ରବେଶ କଲା ବେଳେ ଗୁଳି ଖାଇଲେ। BSF ଚେତାବନୀକୁ ନ ମାନିବାରୁ ସ୍ପଟ୍‌ରେ ଗୁଳି କରି ନିପାତ କଲେ।

ଏହି ବିଷୟରେ ଅଧିକ ସୂଚନା ଦେଇ ବିଏସଏଫ ଶନିବାର କହିଛି ଯେ ବିଏସଏଫ ଜବାନମାନେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅନ୍ତର୍ଜାତୀୟ ସୀମା ପାର କରି ସୀମା ବାଡ଼ ଆଡକୁ ଯାଉଥିବାର ଦେଖିଥିଲେ। ସେ ଅନୁପ୍ରବେଶକାରୀଙ୍କୁ ବାରଣ କରିବା ସତ୍ତ୍ୱେ ସେ ଆଗକୁ ବଢ଼ି ଚାଲିଲେ। ତେଣି ବିଏସଏଫ ଯବାନ ବାଧ୍ୟ ହୋଇ ଗୁଳି ଚଳାଇଲେ। ଅନୁପ୍ରବେଶକାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ଅପରେସନ ସିନ୍ଦୂର ଅଧୀନରେ, ସୀମା ସୁରକ୍ଷା ବାହିନୀ (BSF) ପାକିସ୍ତାନର ପ୍ରତ୍ୟେକ ଦୁଃସାହସର ଉଚିତ ଜବାବ ଦେଇ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଛି। ଅପରେସନ୍ ସମୟରେ, ସୀମାରେ ନିୟୋଜିତ ସୈନିକମାନେ ପାଦରେ, ଯାନବାହନ ଏବଂ ଓଟରେ ପାଟ୍ରୋଲିଂ କରି ଶତ୍ରୁର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖୁଛନ୍ତି।

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଭଳି ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ବିଏସଏଫ ଏବଂ ଭାରତୀୟ ସେନାର ମିଳିତ ସୈନିକମାନେ କେବଳ ଉପଯୁକ୍ତ ଜବାବ ଦେଇନଥିଲେ ବରଂ ଶତ୍ରୁର ଅନେକ ଷଡ଼ଯନ୍ତ୍ରକୁ ପଣ୍ଡ କରିଥିଲେ।

Comments are closed.