Latest Odisha News

ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ କଲେ ବିଏସଏଫ୍ ଯବାନ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ କରିଛନ୍ତି ବିଏସଏଫ୍ ଯବାନ । ଘନବେଡ଼ା ଓ ଗୁରାସେତୁରେ ୧୭୭ ବିଏସଏଫ୍‌ ବାଟାଲିୟନ ପକ୍ଷରୁ ମାଓବାଦୀଙ୍କ ଏକ ଡମ୍ପ ଜବତ କରାଯାଇଛି ଏହା ସହ ଦୁଇଟି ଟିଫିନ୍‌ ବୋମାକୁ ନିଷ୍କ୍ରିୟ କରାଯାଇଛି ।

ଖବର ମୁତାବକ, ବୁଧବାର କୋଣ୍ଡାକାମ୍ବେରୁ ସଂରକ୍ଷିତ ଜଙ୍ଗଲରେ ବିଏସ୍‌ଏଫ୍‌ ଯବାନମାନେ କୋମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତ ଅରାପଦର ଗ୍ରାମ ନିକଟ ଜଙ୍ଗଲରେ ଏକ ଗଛ ପାଖରେ ମାଓବାଦୀ ଡମ୍ପ ଥିବା ଜାଣିବାକୁ ପାଇଥିଲେ ।

ଏହାପରେ ଟିମ୍ ପକ୍ଷରୁ ସର୍ଚ୍ଚଅପରେସନକୁ ଯୋରଦାର କରାଯାଇଥିଲା । ଯେଉଁଥିରେ ଉକ୍ତ ଗଛ ନିକଟରେ ଗୋଟିଏ ଡ୍ରମ୍‌ ଭିତରେ ୯ ଡିଟୋନେଟର, ୯ ଜିଲଟିନ୍‌ ଷ୍ଟିକ୍‌, ଏକ ୩ ଲିଟର ଟିଫିନ୍‌ ବୋମା, ଗୋଟିଏ ୧ ଲିଟର ଟିଫିନ୍‌ ବୋମା, ତିନୋଟି ପାଇପ୍‌ ବୋମା, ଗୋଟିଏ ବ୍ୟାଟେରି, ୧୦ ମିଟର ତାର, ଗୋଟିଏ ସୋଲାର ପ୍ଲେଟ୍‌, ଦୁଇଟି ଔଷଧ ବୋତଲ, ଗୋଟିଏ ପ୍ଲାଷ୍ଟିକ ଡ୍ରମ୍‌ ଜବତ କରିଛନ୍ତି ।

Leave A Reply

Your email address will not be published.