Latest Odisha News

BREAKING NEWS

ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ,ଲାଗୁ ହେବ ଆୟୁଷ୍ମାନ ଯୋଜନା:ମନମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କିଏ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ । ସରକାର ଆସିବା ମାତ୍ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା କରିବୁ । ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବୁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ ।

ବିଜେପିର ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି  । ସେ କହିଛନ୍ତି , ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା । ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ । ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଆମେ ଲଢ଼ିଥିଲୁ  ।

ଏହାସହ ସେ କହିଛନ୍ତି , ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ଯୋଜନା , ଲାଗୁ ହେବ କେନ୍ଦ୍ରର ଆୟୁଷ୍ମାନ ଯୋଜନା । ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ମନମୋହନ ।

ସେହିଭଳି ଚାନ୍ଦବାଲିରୁ ପରାଜୟ ନେଇ ସେ କହିଛନ୍ତି, ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ମୁଁ ସାଦରରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ମୁଁ ତୁଲାଇବି ।

 

Leave A Reply

Your email address will not be published.