Latest Odisha News

ମାଲକାନଗିରିରେ ବଣ୍ଟାଗଲା BSKY ସ୍ମାର୍ଟ କାର୍ଡ

ମାଲକାନଗିରି : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ ପରେ ଆଜିଠୁ ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ବଣ୍ଟାଯାଇଛି ସ୍ମାର୍ଟ କାର୍ଡ । ଆଜି ବିଭିନ୍ନ ବ୍ଲକରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି ବରିଷ୍ଠ ମନ୍ତ୍ରୀ । ବଣ୍ଡାଘାଟିର ହିତାଧିକାରୀଙ୍କୁ ଖଇରପୁଟ ବ୍ଲକ କାର୍ଯ୍ୟାଳୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ସ୍ମାର୍ଟ କାର୍ଡ ପ୍ରଦାନ କରିବେ । ସେହିପରି ମାଥିଲି ବ୍ଲକରେ କୃଷି ମନ୍ତ୍ରୀ ଅରୁଣ ସାହୁ, ମାଲକାନାଗିରି ବ୍ଲକରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କାଲିମେଳାରେ ମନ୍ତ୍ରୀ ଜଗନ୍ନାଥ ସାରକା, ଚିତ୍ରକୋଣ୍ଡାରେ ତୁଷାରକାନ୍ତି ବେହେରା, ପଡ଼ିଆ ବ୍ଲକରେ ନବ କିଶୋର ଦାସ, କୋରୁକୁଣ୍ଡାରେ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ମାଲକାନଗିରି ପୌରାଞ୍ଚଳରେ ମନ୍ତ୍ରୀ ପଦ୍ମନାଭ ବେହେରା ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ।

ମାଲକାନଗିରି ଜିଲ୍ଲାରେ ମୋଟ ୧ ଲକ୍ଷ ୫୫ ହଜାର ୮୨୩ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । କାଲିମେଳା ବ୍ଲକରେ ସର୍ବାଧିକ ୩୬ ହଜାର ୮୬୨ ଜଣ ହିତାଧିକାରୀ ଥିବା ବେଳେ, ମାଲକାନଗିରି ବ୍ଲକରେ ୨୬ ହଜାର ୮୩୯, ମାଥିଲିରେ ୨୨ ହଜାର ୮୮୯, କୋରୁକୋଣ୍ଡାରେ ୧୮ ହଜାର ୫୫୦, ଚିତ୍ରକୋଣ୍ଡାରେ ୧୬ ହଜାର ୭୮୮, ଖଇରପୁଟରେ ୧୪ ହଜାର ୭୩୮, ପଡିଆ ବ୍ଲକରେ ୧୧ ହଜାର ୭୭୯, ମାଲକାନଗିରି ପୌର ପରିଷଦରେ ୫ ହଜାର ୧୭୩ ଏବଂ ବାଲିମେଳା ଏନଏସିରେ ୨ ହଜାର ୨୦୫ ହିତାଧିକାରୀ ଏହି ସୁବିଧା ପାଇବେ । ଏହି କାର୍ଡ ଜରିଆରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏଁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯିବ ।

Leave A Reply

Your email address will not be published.