Latest Odisha News

BREAKING NEWS

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଡିଏଫଓଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

ଗଜପତି : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ତଦନ୍ତର ଅଷ୍ଟମ ଦିନରେ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପୋଲିସ ଗେଷ୍ଟ ହାଉସରେ ତିନି ଘଣ୍ଟା ଧରି ଗୁଡେଇ ତୁଡେଇ ପ୍ରଶ୍ନ କରିଛି ତଦନ୍ତକାରୀ ଟିମ୍ । ଜେରା ବେଳେ କିଛି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ, ଆଉ କିଛି ପ୍ରଶ୍ନର ଉତ୍ତର ଦେଇନାହାନ୍ତି ଡିଏଫଓ ସଂଗ୍ରାମ ବେହେରା । ତେବେ ଦରକାର ପଡ଼ିଲେ ଡିଏଫଓଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ଆଜି ତଦନ୍ତର ଅଷ୍ଟମ ଦିନରେ ଡିଏଫଓଙ୍କୁ ତିନି ଘଣ୍ଟାର ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଡିଏଫଓଙ୍କୁ ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା, ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୋଟା ମୋଟି ଭାବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଅସହଯୋଗ କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ଆବଶ୍ୟକ ହେଲେ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ସେହିପରି ପରବର୍ତ୍ତି ପର୍ଯ୍ୟାୟରେ ପତ୍ନୀ ବିଦ୍ୟାଭାରତୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ଅନ୍ୟପଟେ ବିଦ୍ୟାଭାରତୀଙ୍କ ସହ ଥିବା ସମ୍ପର୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏଫଓ । ସେହିପରି ନାଇଟ୍ ସିଫ୍ଟ ପକାଇବା ଅଭିଯୋଗକୁ ମଧ୍ୟ ଖୋଲାଖୋଲି ଖଣ୍ଡନ କରିଛନ୍ତି ଡିଏଫଓ ।

Leave A Reply

Your email address will not be published.