ନୂଆଦିଲ୍ଲୀ:କୋଟି କୋଟି BSNL ୟୁଜର୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାରୀ ଟେଲିକମ୍ କମ୍ପାନୀ ଏହାର Quantum 5G ସେବାକୁ ସଫ୍ଟ ଲଞ୍ଚ କରିଛି। BSNL ଖୁବ୍ ଶୀଘ୍ର ଦେଶର ଆହୁରି ଅନେକ ବଛାବଛା ସହରରେ ଏହାର 5G ସେବା ଆରମ୍ଭ ହେବ ।
ପୂର୍ବରୁ ଉପଭୋକ୍ତାଙ୍କ ପରାମର୍ଶ କ୍ରମେ,କମ୍ପାନୀ ଏହାର 5G ସେବାର ନାମ Q-5G ଅର୍ଥାତ୍ Quantum 5G ରଖିବାକୁ ନିଷ୍ପତ୍ତି ନେଇଛି। BSNL ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ 5G ସେବାକୁ ସଫ୍ଟ ଲଞ୍ଚ କରାଯାଇଛି, ଅର୍ଥାତ୍ ଏହା ଏପର୍ଯ୍ୟନ୍ତ ବାଣିଜ୍ୟିକ ଭାବରେ ଆରମ୍ଭ ହୋଇନାହିଁ।
BSNL India ଏହାର X ହ୍ୟାଣ୍ଡେଲ ମାଧ୍ୟମରେ କହିଛି ଯେ, କମ୍ପାନୀର CMD A Robert J Ravi ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ Quantum 5G FWA (ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍) ସେବା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର, ଏହା ଦେଶର ଅନ୍ୟ ମନୋନୀତ ସହରରେ ଆରମ୍ଭ ହେବ। ଏହି ସେବା ମାଧ୍ୟମରେ, ଉପଭୋକ୍ତାମାନେ ସୁପରଫାଷ୍ଟ 5G ଇଣ୍ଟରନେଟ୍ ସୁବିଧା ପାଇବେ। ଉପଭୋକ୍ତାମାନେ BSNL Q-5G FWA ମାଧ୍ୟମରେ ଦ୍ରୁତ ଇଣ୍ଟରନେଟ୍ ସୁବିଧା ପାଇପାରିବେ।
Hyderabad Witnesses the Future – BSNL Q-5G FWA (Quantum 5G) Soft-Launched
Shri A. Robert J. Ravi, @CMDBSNL soft-launched the revolutionary BSNL Quantum 5G FWA (Fixed Wireless Access) service in Hyderabad.
Now live in select cities. Experience lightning-fast internet with BSNL… pic.twitter.com/AwreC4xZq1— BSNL India (@BSNLCorporate) June 19, 2025
ପୂର୍ବରୁ କମ୍ପାନୀ ଦେଶରେ ଏହାର ନେଟୱାର୍କକୁ ଉନ୍ନତ କରିବା ପାଇଁ ଆହୁରି ଏକ ଲକ୍ଷ ନୂତନ 4G/5G ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନକୁ ଅପେକ୍ଷା କରାଯାଇଛି।
ଗତବର୍ଷ, BSNL ଏକ ଲକ୍ଷ 4G/5G ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା, ଯେଉଁଥିରୁ ୭୦ହଜାରରୁ ଅଧିକ ମୋବାଇଲ୍ ଟାୱାରକୁ ସକ୍ରିୟ କରାଯାଇଛି। କମ୍ପାନୀ ଏକ ଲକ୍ଷ ନୂତନ ଟାୱାର ସ୍ଥାପନ କାର୍ଯ୍ୟ ସମାପ୍ତ କରିଛି। ଉତ୍ତମ ସଂଯୋଗ ପାଇଁ ଆହୁରି ଏକ ଲକ୍ଷ ଟାୱାର ସ୍ଥାପନ କରାଯିବ।
Comments are closed.